ସଂସଦରେ ଶୀତକାଳୀନ ଅଧିବେଶନ ଜାରି । ଆଦାନି ପ୍ରସଙ୍ଗକୁ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ । କଂଗ୍ରେସର ହଟ୍ଟଗୋଳ ପାଇଁ ଚାଲିପାରୁନାହିଁ ଲୋକସଭା ଏବଂ ରାଜ୍ୟସଭା ।କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଆଜି ଅପରାହ୍ନ ୧ଟା ୩୭ ମିନିଟରେ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲଙ୍କୁ ପ୍ରସ୍ତାବ ଦାଖଲ କରିଛି । ଧନଖରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବରେ ୭୦ ଜଣ ସଦସ୍ୟଙ୍କ ଦସ୍ତଖତ ରହିଛି, ଯେଉଁଥିରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଦଳ ଏକଜୁଟ ହୋଇଛନ୍ତି ।ସମ୍ବିଧାନର ଅନୁଚ୍ଛେଦ ୬୭(ବି) ଅଧିନରେ ଧନଖଡ଼ଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ କହିଛନ୍ତି । ସୋମାବାର ରାଜ୍ୟସଭାରେ ଜର୍ଜ ସୋରୋସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ଧନଖଡଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଛି ।ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି ଯେ ସେମାନଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ । ଅଧ୍ୟକ୍ଷ ପକ୍ଷପାତିତା କରୁଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ଏହି ପ୍ରସ୍ତାବରେ ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ ।