ଭୁବନେଶ୍ୱର(ରାଜ୍ୟକାହାଣୀ) ଭାରତୀୟ ଜଳ ସୀମାରେ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ । ଦୁଇଟି ମାଛଧରା ବୋଟ୍ ରେ ଅଛନ୍ତି ୭୮ ଜଣ ବାଂଲାଦେଶୀ। ସେମାନେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସୁଥିବା ବେଳେ କୋଷ୍ଟଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସମସ୍ତ ବାଂଲାଦେଶୀଙ୍କୁ କୋଷ୍ଟଗାର୍ଡ ପାରାଦୀପ ଆଣୁଥିବା ସୂଚନା ମିଳିଛି । ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି । ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି । କୋଷ୍ଟଗାର୍ଡ ସମସ୍ତ ବାଂଲାଦେଶୀଙ୍କୁ ସନ୍ଧ୍ୟାରେ ପାରାଦୀପ ନେହେରୁବଙ୍ଗଳା ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ପରେ ତଦନ୍ତ କରାଗଲେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।