ଭଡ଼ା ଘରେ ବ୍ରାଉନସୁଗର କାରବାର। ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗର ସହ ପୁଳାପୁଳା ଟଙ୍କା। ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ଏଲଖା ନୟାନଗର ସ୍ଥିତ ଏକ ଭଡା ଘରେ ପୋଲିସ ଅଚାନକ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି। ଗତ କିଛି ଦିନ ହେବ ଏହି ଭଡ଼ା ଘରେ ବହୁ ବେଆଇନ କାର୍ଯ୍ୟ ଚାଲୁଥିବା ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତହସିଲଦାରଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଘରେ ଚଢ଼ାଉ ବେଳେ ପୋଲିସ ଖୋଜାଖୋଜି ବେଳେ ତକିଆ ଖୋଳ, ଫେସ୍ ୱାସ ଖୋଳ ଭିତରୁ ଟଙ୍କା ମିଳିଥିଲା। ଯାଞ୍ଚ ବେଳେ ପ୍ରାୟ ୫୦ ଗ୍ରାମ ବ୍ରାଉନସୁଗାର୍ ମଧ୍ୟ ମିଳିଛି। ଟଙ୍କା ଗଣିବା ବେଳେ ମେସିନ ମଧ୍ୟ ଲଗାଇବା ପାଇଁ ପଡ଼ିଥିଲା। ତେବେ ପରେ ପରେ ଅଧିକ ତଦନ୍ତ ପାଇଁ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରିବା ସହ ଯାଞ୍ଚକୁ ଜୋରଦାର କରିଛି।ପ୍ରାୟ ୨୯ ଲକ୍ଷ ନଗଦ ଟଙ୍କା ମିଳିଥିବା ସୂଚନା ମିଳିଛି ।