୫ ବର୍ଷରେ ଅନଲାଇନ ଟ୍ରେଡିଂରେ  ୫୯, ୪୩୭ ଜଣ ଠକେଇରେ ଶିକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ୫ ବର୍ଷରେ ୫୯, ୪୩୭ ଜଣ ଠକେଇର ଶିକାର ହୋଇଛନ୍ତି । ୨୦୨୩ ରେ ଅତି ସାଙ୍ଘାତିକ ଭାବେ ବଢିଛି ମାମଲା । ୨୦୨୩ ରେ ୧୮, ୯୯୪ ଲୋକ ଠକେଇର ଶିକାର ହୋଇଛନ୍ତି । ୨୦୨୪ ରେ ଗତ ୧୧ ମାସରେ ୪୦, ୨୭୦ ଜଣଙ୍କୁ ଠକେଇ ହୋଇଛି । ଏ ନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁଣି ସରଗରମ ହୋଇଛି ବିଧାନସଭା। । ସେହିପରି ଶାସକ ଦଳ ମଧ୍ୟ ବହୁ ପ୍ରସଙ୍ଗ ଉଠାଉଛନ୍ତି l ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବିଧାନସଭାର ପ୍ରଶ୍ନକାଳ । ସମସ୍ତ ଦଳର ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖୁଛନ୍ତି ମନ୍ତ୍ରୀ । ତେବେ ଅନଲାଇନ ଠକେଇ କୁ ନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଧାୟକ । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.

1 + seventeen =