ସଞ୍ଜୟ ମାଲହୋତ୍ରା RBIର ପରବର୍ତ୍ତୀ ଗଭର୍ଣ୍ଣର

ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା ଭାରତର ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଗଭର୍ନର ହେବାକୁ ଯାଉଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବରରେ ଶେଷ ହେଉଛି। ତାଙ୍କ ସ୍ଥାନରେ ସଞ୍ଜୟଙ୍କୁ ନିଯୁକ୍ତି ଦିଆଯାଇଛି। ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ସଚିବ (ରାଜସ୍ୱ) ଭାବେ କାମ କାର୍ଯ୍ୟରତ ଅଛନ୍ତି । ସଞ୍ଜୟ ମାଲହୋତ୍ରା ୧୯୯୦ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରାଜସ୍ଥାନ କ୍ୟାଡରର ଅଧିକାରୀ। ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ଆମେରିକାର ପ୍ରିନ୍ସଟନ ୟୁନିଭରସିଟିରୁ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

୩୩ ବର୍ଷରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ ନେତୃତ୍ୱ ଏବଂ ଉତ୍କର୍ଷତା ପ୍ରଦର୍ଶନ କରି ସଞ୍ଜୟ ଶକ୍ତି, ଅର୍ଥ ଏବଂ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା, ଖଣି ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.

three × two =