କ୍ୟାମେରା ବଞ୍ଚାଇ ଦେଇଛି ହାତୀପଲଙ୍କ ଜୀବନ।

ଭୁବନେଶ୍ୱର(ରାଜ୍ୟକାହାଣୀ) ନୂଆ ଟେକ୍ନୋଲୋଜି ଦେଲା ନୂଆ ଜୀବନ। ଏଆଇ କ୍ୟାମେରା ବଞ୍ଚାଇ ଦେଲା ହାତୀଙ୍କ ଜୀବନ। ରାଉରକେଲା ଡିଭିଜନରୁ ଏପରି ଏକ ଭଲ ଖବର ଆସିଛି। ସୂଚନା ଅନୁସାରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ରେଳବାଇ ଧାରଣା ପାଖରେ ବୁଲୁଥିବା ହାତୀପଲଙ୍କ ଗତିବିଧି ସମ୍ପର୍କରେ ରାଉରକେଲା ବନଖଣ୍ଡ ଅଫିସ୍‌କୁ ଏଆଇ କ୍ୟାମେରା ସତର୍କ ସୂଚନା ଦେଇଥିଲା। ସୂଚନା ଆଧାରରେ ବନଖଣ୍ଡ ଅଧିକାରୀ ରେଳବାଇକୁ ଟ୍ରେନ୍‌ ଗତି ଧୀର କରିବାକୁ କହିଥିଲେ। ଏଥିସହ ବନ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପ ହଞ୍ଚି ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇ ଦେଇଥିଲେ।ବାରମ୍ବାର ହାତୀମୃତ୍ୟୁ ଘଟଣା ପରେ ବନ୍ୟପ୍ରାଣିଙ୍କ ସୁରକ୍ଷା ପାଇଁ ଏଆଇ ଟେକନୋଲଜିର  ସହାୟତା ନେଇଛି ବନବିଭାଗ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପାଖରେ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ଟେକ୍ନୋଲୋଜି ମାଧ୍ୟମରେ  ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରୁଛି। ଏଆଇ ରିୟଲ ଟାଇମ ଭିଡ଼ିଓ ଦ୍ବାରା ମୁଖ୍ୟାଳୟରେ ବସି ପୁରା ଜଙ୍ଗଲକୁ ଦେଖିପାରୁଛନ୍ତି ଅଧିକାରୀ । ଜଙ୍ଗଲ ସାରା ୩୬୦ ଡିଗ୍ରୀରେ ନିଜ ଚାରିପାଖ ବୁଲି ଭିଡ଼ିଓ ଉତୋଳନ କରିପାରିବ ଏଆଇ।

Leave A Reply

Your email address will not be published.

sixteen − twelve =