ସରକାରୀ କ୍ୱାର୍ଟର ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ

ଭୁବନେଶ୍ୱର(ରାଜ୍ୟକାହାଣୀ) ସାଧାରଣ ନିର୍ବାଚନକୁ ଆସି ୬ ମାସ ହେଲାଣି, ହେଲେ ଏଯାଏଁ ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ପୂର୍ବତନ ବିଧାୟକ । ରାଜ୍ୟର ପ୍ରାୟ ୧୪ ଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଠିଛି ପ୍ରଶ୍ନ । ତଥ୍ୟ ଅନୁଯାୟୀ, ୧୪ ଜଣ ପୂର୍ବତନ ସଦସ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସରକାରୀ କ୍ୱାର୍ଟର୍ସ ଦଖଲ କରିଛନ୍ତି। ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ୍, ପ୍ରୀତିରଞ୍ଜନ ଘଡେଇ, ସ୍ୱଗତଃ ବେଦପ୍ରକାଶ ଅଗ୍ରଓ୍ୱାଲ, କିଶୋର ତରାଇ, ସୁବାସ ପାଣିଗ୍ରାହୀ ଏବଂ ଅଳକା ମହାନ୍ତି ଏଯାଏଁ କ୍ୱାର୍ଟର ଛାଡିନାହାଁନ୍ତି । ଏହାବାଦ୍ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କ୍ୱାର୍ଟରରେ ରହିବା ପାଇଁ ଆବେଦନ କରିଛନ୍ତି ବୋଲି ନିଜର ଉତ୍ତରରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave A Reply

Your email address will not be published.

5 × four =