ହାଇଦ୍ରାବାଦରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ମୁଁ କଥା ଦେଉଛି କି ଏହିଭଳି ସମୟରେ ସେମାନେ ଏକା ନୁହନ୍ତି । ଏଭଳି ସମୟରେ ମୁଁ ସେମାନଙ୍କ ସହ ଅଛି ବୋଲି ଟ୍ବିଟ୍ କରି କହିଛନ୍ତି ଅଲ୍ଳୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିନେତା ଅଲ୍ଲୁ ଅର୍ଜୁନ ‘ପୁଷ୍ପା ୨’ର ପ୍ରିମିୟର ସୋ’ରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ମୃତକଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ଚିକ୍କଡପଲି ପୋଲିସ ଷ୍ଟେସନରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ସିନେମା ହଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଅଲ୍ଳୁ କହିଛନ୍ତି ଯେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାଳକର ଚିକିତ୍ସା ଖର୍ଚ୍ଚ ସେ ବହନ କରିବେ । କିନ୍ତୁ ଆଠ ବର୍ଷର ପୁଅର ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିଛନ୍ତି ।