ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । 

ଭୁବନେଶ୍ୱର(ରାଜ୍ୟକାହାଣୀ)  ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ସିଟିଙ୍ଗ ପରୀକ୍ଷା । www.bseodisha.ac.in ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ। ଜାନୁଆରୀ ୮ରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ପରୀକ୍ଷାର୍ଥୀ । ପେପର୍‌-୧ରେ ପରୀକ୍ଷା ଦେବା ପାଇଁ ୪୭ ହଜାରରୁ  ଅଧିକ ଅବେଦନ କରିଥିବା ବେଳେ ପେପର୍‌-୨ ପାଇଁ  ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ଆବେଦନ  କରିଥିବା ସୂଚନା ମିଳିଛି । ୫୦ ହଜାରରୁ ଅଧିକ  ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବାରୁ ପରୀକ୍ଷା  ଆୟୋଜନ ପାଇଁ ବିଭିନ୍ନ ଜିଲ୍ଲାରେ ୧୮୨ଟି କେନ୍ଦ୍ର ଚୟନ କରାଯାଇଛି । ସୂଚନାଯୋଗ୍ୟ, ଓଏସ୍‌ଏସ୍‌ଟିଇଟି ଆବେଦନ  ପାଇଁ ଗତ ନଭେମ୍ବର ୧୯ରୁ ଡିସେମ୍ବର ୧ ତାରିଖ  ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ରହିଥିଲା । ଏଥିଲାଗି ବୋର୍ଡ  ପକ୍ଷରୁ ଦିଆଯାଇଥିବା ଲିଙ୍କ୍‌ ଆଧାରରେ ପ୍ରାର୍ଥୀମାନେ  ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ ।

Leave A Reply

Your email address will not be published.

six − one =