ନୂଆ ବର୍ଷରୁ ଗ୍ରାହକଙ୍କୁ ଲାଗିପାରେ ଝଟ୍କା । ଡିସେମ୍ବର ୨୧ରେ ରାଜସ୍ଥାନର ଜୈସଲମେରରେ ଜିଏସଟି କାଉନସିଲର ୫୫ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମହଙ୍ଗା ହୋଇପାରେ ସିଗାରେଟ୍ ଏବଂ ତମାଖୁ । ଏପରିକି ଜିଏସ୍ଟି ହାରରେ ବୃଦ୍ଧି ହେବା ବି ଆଶଙ୍କା । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ତମାଖୁ ସାମଗ୍ରୀ ଏବଂ ସିଗାରେଟ୍ ଉପରେ ଜିଏସଟି ଦରକୁ ବଢ଼ାଇ ୩୫ ପ୍ରତିଶତ କରାଯାଇପାରେ । ବର୍ତ୍ତମାନ ଏହି ଉତ୍ପାଦଗୁଡ଼ିକ ଉପରେ ସରକାର ୨୮ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଜିଏସଟି ରେଟ୍ସକୁ ଯୁକ୍ତିଯୁକ୍ତ କରିବା ପାଇଁ ଗଠିତ ମନ୍ତ୍ରୀ ଗ୍ରୁପ୍ (ଗ୍ରୁପ୍ ଅଫ୍ ମିନିଷ୍ଟର୍ସ) ଏହି ଉତ୍ପାଦଗୁଡ଼ିକ ଉପରେ ଜିଏସଟି ବଢ଼ାଇବାକୁ ପ୍ରସ୍ତାବ ଦେଇଛି ।ପୋଷାକ ଉପରେ ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିବାକୁ ମନ୍ତ୍ରୀ ଗୋଷ୍ଠୀ ପରାମର୍ଶ ଦେଇଛନ୍ତି । GoM ୧୫୦୦ ଟଙ୍କା ପର୍ଯ୍ୟନ୍ତ ପୋଷାକ ଉପରେ ୫ ପ୍ରତିଶତ ଜିଏସ୍ଟି ହାର ବଜାୟ ରଖିଛି । ମାତ୍ର ୧୫୦୦ରୁ ୧୦,୦୦୦ ଯାଏ ଅଧିକ ମୂଲ୍ୟର ପୋଷାକ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାର ଅର୍ଥ ହେଉଛି ୧୦,୦୦୦ରୁ ଅଧିକ ମୂଲ୍ୟର ପୋଷାକ ମଧ୍ୟ ଦାମୀ ପୋଷାକ ବର୍ଗରେ ଆସିବ ।ବର୍ତ୍ତମାନ ଜିଏସ୍ଟି ହାରର ଚାରୋଟି ସ୍ଲାବ୍ ଅଛି । ବର୍ତ୍ତମାନ, ୫, ୧୨, ୧୮ ଏବଂ ୨୮ ପ୍ରତିଶତ ଚାରି ସ୍ତରୀୟ ଜିଏସ୍ଟି ହାର ସ୍ଲାବ ଅଛି ଯାହା ଭବିଷ୍ୟତରେ ମଧ୍ୟ ଜାରି ରହିବ । ମନ୍ତ୍ରୀ ପରିଷଦ କମିଟି ନୂତନ ଜିଏସ୍ଟି ହାର ୩୫ ପ୍ରତିଶତ ପ୍ରସ୍ତାବ ଦେଇଛନ୍ତି ।