ପୁଣି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବ ଆଳୁ ।

ଭୁବନେଶ୍ୱର(ରାଜ୍ୟକାହାଣୀ)ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ଲାଗି ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାପରେ ୬  ଦିନ ଧରି ଓଡ଼ିଶାରେ ଆଳୁର ଅଭାବ ଓ ବଜାର ଦର ପ୍ରଭାବିତ ହୋଇଛି । ତେବେ ଗତକାଲି ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ ଓହରିଲେ।  ଏହାସହ ଗୁରୁବାର ଠାରୁ ଶୀତଳ ଭଣ୍ଡାର ଖୋଲି ନିଜ ରାଜ୍ୟରେ ଆଳୁ ଯୋଗାଇ ଦେବାକୁ ରାଜି ହୋଇଛି ସଂଘ । ତେବେ ସୀମାରୁ କଟକଣା ଉଠାଯିଵା ନେଇ ଖୁବଶୀଘ୍ର ସରକାର ଆଲୋଚନା କରିବେ ବୋଲି ପଶ୍ଚିମବଙ୍ଗ ଯୋଗାଣ ମନ୍ତ୍ରୀ ବେଚରାମ ମାନ୍ନା ସୂଚନା ଦେଇଛନ୍ତି । ଏହାପରେ ପୁଣି ପଶ୍ଚିମବଙ୍ଗ ଆଳୁ ଓଡ଼ିଶା ଆସିବ ବୋଲି ଆଶା କରାଯାଉଛି ।   ଆଳୁକୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳୁ ଦର ୪୦ ଟଙ୍କା ଟପିଲାଣି |

Leave A Reply

Your email address will not be published.

eighteen − fourteen =