ଭୁବନେଶ୍ୱର(ରାଜ୍ୟକାହାଣୀ) ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଷଣ୍ଢ ଚିନ୍ତା । ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଧାନସଭାରେ ଉତ୍ତର ରଖିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢ ମାନଙ୍କର ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି । ପୂର୍ବରୁ ରାଜ୍ୟରେ ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ରହିଥିବା ବେଳେ ବର୍ତ୍ତମାନ ସେ ସଂଖ୍ୟା କମି ୨ ଲକ୍ଷ ୩୦ ହଜାର ୪୦୩ରେ ପହଞ୍ଚିଛି । ଯାହାକି ଏବେର ତୁଳନାରେ ୩୩ ହଜାରରୁ କମ୍ ବୋଲି ସେ ସୂଚନା ଦେଇଛନ୍ତି ।