ଭୂମିହୀନଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କା ଘର ଯୋଗାଇବେ ବିଡ଼ିଓ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ବିଧାନସଭାରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟ୍ଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର । ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ, ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ। ଏ ସରକାର ସମୟରେ ଜଣେ ହେଲେ ବି ଭୂମିହୀନ ରହିବେ ନାହିଁ। ୭୦% ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।  ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ, ରେଜିଷ୍ଟ୍ରେସନ ଅଫିସକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏଭଳି ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଆରଆଇ ଅଫିସରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

12 − five =