ଶ୍ରୀମନ୍ଦିରରେ ଆଜି ସର୍ବସାଧାରଣ ଦର୍ଶନ ବନ୍ଦ । ଜାଣନ୍ତୁ କାହିଁକି??

ଭୁବନେଶ୍ୱର(ରାଜ୍ୟକାହାଣୀ)  ଶ୍ରୀମନ୍ଦିରରେ ଆଜି ସର୍ବସାଧାରଣ ଦର୍ଶନ ବନ୍ଦ । ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । ପୁରୀରେ ପହଞ୍ଚିଛନ୍ତି  ମହାମହିମ ରାଷ୍ଟ୍ରପତି  । କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ।  ପ୍ରଥମେ ଜଗନ୍ନାଥଙ୍କ ଦର୍ଶନ କରିବେ । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ  ମହାମହିମ   । ଏହା ସହିତ ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି  । ଏଥି ସହିତ ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିଅମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିଅର ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଏହି ବନ୍ଦ ରହିଛି  । ତେବେ ନୌସେନା ଦିବସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୁଲିସ।

ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ମାଳତୀ ପାଟପୁର ଦେଇ ତାଳବଣିଆରେ ପାର୍କିଂ କରିବେ। ଦୁଇ ଚକିଆ ଯାନ ବାଟଗାଁଠାରୁ ବାଇପାସରେ ଆସି ହୋଟେଲ ଷ୍ଟଲିଂ ନିକଟରେ କରିବେ ପାର୍କିଂ। ସେହିଭଳି କୋଣାର୍କ ପଟରୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ତାଳ ବଣିଆରେ ରହିବେ। ବ୍ରହ୍ମଗିରି ପଟରୁ ଆସିଲେ ଷ୍ଟ୍ରଲିଁ ନିକଟରେ ପାର୍କିଂ କରିବେ। ପାସଧାରୀମାନେ ଜେଲ ରୋଡ ଓ ଶରଧାବାଲିରେ ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି। ବ୍ଲୁ ପାସଧାରୀ ହୋଟେଲ ନୀଳାଚଳ ଅଶୋକ, ଏସସିଏସ କଲେଜଠାରେ ପାର୍କିଂ କରିପାରିବେ। ପୁରୀ ପୁଲିସ ପକ୍ଷରୁ ସାଇନେଜ୍ ଗୁଡ଼ିକ ପ୍ରତି ଛକରେ ଲଗାଯାଇଛି।

Leave A Reply

Your email address will not be published.

7 + 14 =