ବଢିବ ବିଧାୟକଙ୍କ ଦରମା ଓ ପେନସନ ! ଗଠିତ ହେଲା କମିଟି

ଭୁବନେଶ୍ୱର(ରାଜ୍ୟକାହାଣୀ) ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଉପଦେଷ୍ଟା କମିଟି ଗଠନ କରାଯାଇଥିବା ଘୋଷଣା କରିଛନ୍ତି  ବାଚସ୍ପତି ସୁରମା ପାଢୀ। ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ ହୋଇଛି। ଏହି କମିଟି ଦରମା ଓ ପେନସନ ବୃଦ୍ଧି ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ମାନଙ୍କର ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପ୍ରସଙ୍ଗ । ବିଧାୟକ ପାଣ୍ଠି ୩ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ସବୁ ଦଳର ସଦସ୍ୟ । ବିଜେଡି ଓ କଂଗ୍ରେସ ବିଧାୟକ ମାନେ ଏ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ବିଧାୟକ ମାନେ ମଧ୍ୟ ଦାବିକୁ ସମର୍ଥନ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ସୁରମା ପାଢୀ । ବିଧାୟକଙ୍କ ଦରମା ୨ ଲକ୍ଷ ୫୦ ହଜାର  ଓ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର କରାଯାଉ ବୋଲି  ପୂର୍ବରୁ ଏକ କମିଟି ସୁପାରିଶ କରିସାରିଛନ୍ତି ।ଓଡ଼ିଶାରେ ବିଧାୟକ ମାନଙ୍କ ଦରମା କ୍ଷେତ୍ରରେ ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । 

Leave A Reply

Your email address will not be published.

1 × three =