ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ପୁରୀ ବେଳାଭୂମିରେ ପାଳନ ହେଉଛି ନୌସେନା ଦିବସ। ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏହି ପରିପ୍ରେକ୍ଷୀରେ ନୌସେନାର ଏକ ହେଲିକପ୍ଟରର ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅମର୍ଦ୍ଦା ନିକଟର ବୁଧବାର ଜରୁରୀ ଅବତରଣ କରିଛି।ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା। ତେବେ ଚାଷ କାମରେ ଲାଗିଥିବା ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ସ୍ଥାନୀୟ ଲୋକେ ନୌସେନା ହେଲିକପ୍ଟର ଦେଖିବାକୁ ଭିଡ଼ ଜମାଇଥିଲେ । ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ। ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିବା ଜଣାଯାଇଛି।