ହରଭଜନଙ୍କ ସହିତ କାହିଁକି କଥା ହୁଅନ୍ତିନି ଧୋନି?

ଭାରତୀୟ କ୍ରିକେଟରେ ଏକଦା ମ୍ୟାଚ ଜିତିଥିବା ଯୋଡି ହରଭଜନ ସିଂ ଏବଂ ଏମଏସ ଧୋନି ଅଲଗା ହୋଇଯାଇଛନ୍ତି। ଉଭୟେ ୨୦୦୭ ରେ (ଟି -୨୦ ବିଶ୍ୱକପ) ଏବଂ ୨୦୧୧ (ODI ବିଶ୍ୱକପ) ରେ ଦେଶ ପାଇଁ ବିଶ୍ୱକପ ଜିତିଛନ୍ତି । ପୂର୍ବତନ ଭାରତୀୟ ସ୍ପିନର ତାଙ୍କ ସହ ଧୋନିଙ୍କ ମଧ୍ୟରେ ଥିବା ମତଭେଦ ବିଷୟରେ ବର୍ଣ୍ଣନା କରିନାହାଁନ୍ତି, କିନ୍ତୁ ତାଙ୍କର ଶେଷ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଉଭୟଙ୍କ ମଧ୍ୟରେ କିଛି ଘଟିଛି। ୨ ଏପ୍ରିଲ ୨୦୧୧ ରାତି ପର୍ୟ୍ୟନ୍ତ ହରଭଜନ ଭାରତୀୟ ଟେଷ୍ଟ, ଏକ ଦିବସୀୟ ଏବଂ ଟି -୨୦ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ସେହିଦିନ ଟିମ ଇଣ୍ଡିଆ ୨୮ବର୍ଷ ପରେ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହା ଯେତେ ଆଶ୍ଚର୍ୟ୍ୟଜନକ, ଫାଇନାଲ ପାଇଁ ପ୍ଲେଇଙ୍ଗ୍ -୧୧ ଆଉ କେବେ ଗଠନ ହୋଇନାହିଁ । ହରଭଜନ କହିଛନ୍ତି, ମୁଁ ଧୋନିଙ୍କ ସହିତ କଥା ହୁଏ ନାହିଁ। ଯେତେବେଳେ ମୁଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲି,ସେତେବେଳେ ମଧ୍ୟ ଆମେ କଥା ହେଉ ନଥିଲୁ। ପ୍ରାୟ ୧୦ ବର୍ଷ ହେଲାଣି ଆମେ କଥାବାର୍ତ୍ତା ହେଉ ନାହୁଁ। ମୋ ପକ୍ଷରୁ କିଛି ଅସୁବିଧା ନାହିଁ। ବୋଧେହୁଏ ତାଙ୍କର କିଛି ସମସ୍ୟା ଅଛି। ମୁଁ ଜାଣିନି କାରଣ କ’ଣ। ଯେତେବେଳେ ଆମେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲୁ ସେତେବେଳେ ଆମ ମଧ୍ୟରେ କଥାବାର୍ତ୍ତା କେବଳ ପଡ଼ିଆରେ ସୀମିତ ଥିଲା। ଖେଳ ପରେ ସେ ମୋ ରୁମ୍‌କୁ ଆସୁ ନଥିଲେ କି ମୁଁ ବି ତାଙ୍କ ରୁମ୍‌କୁ ଯାଉ ନଥିଲି।

Leave A Reply

Your email address will not be published.

5 × five =