ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢୀ

ଆଜି ବିଧାନସଭାରେ ଉଠିଛି  ସମ୍ବଲପୁରୀ ଶାଢୀ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଛନ୍ତି  ଅତାବିରା ବିଧାୟକ  ନିଂହାର ରଂଜନ ମହାନନ୍ଦ ।  ସେ କହିଛନ୍ତି,  ସମ୍ବଲପୁରୀ ଶାଢୀ ବଜାରରେ କପି ରାଇଟ ଉଲ୍ଲଘଂନ ହୋଇ ବ୍ୟାପକ ଭାବେ  ନକଲି ଶାଢୀ ବଜାରରେ ପ୍ରବେଶ ହେଉଛି ।ତେବେ ଏସବୁର ପଦକ୍ଷେପ ସରକାର କଣ ନେଉଛନ୍ତି ?ଏହାର ତ୍ତତ୍ତର ରଖି ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଏହାର ସମସ୍ତ ତଥ୍ୟ ସରକାରଙ୍କ ପାଖରେ ରହିଛି  |ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରାଯାଇଛି  । ଏଥିସହ ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ ,ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି , ଅଚଳାବସ୍ଥା ରେ ଥିବା ସୂତାକଳ ଗୁଡିକରେ ଘରୋଇ କରଣ ପାଇଁ ପ୍ରକ୍ରିୟା ଜାରି ରହିଛି ।ଏଥିପାଇଁ ବିଦେଶୀ ପୁଞ୍ଜିପତି ମାନଙ୍କୁ ନିମନ୍ତ୍ରଣ କରିବା ସହ ପୁନରୁଦ୍ଧାର କରିବା ପାଇଁ କେତେ ଅର୍ଥର ଆବଶ୍ୟକ ଅଛି ତାହାର ଆକଳନ କରାଯାଇନାହିଁ । 

Leave A Reply

Your email address will not be published.

one × five =