ବିଶେଶ୍ବର ଟୁଡୁଙ୍କ ବୟାନ : ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ କୁମାର ଯାଇପାରନ୍ତି ରାଜ୍ୟସଭା।

ଭୁବନେଶ୍ୱର(ରାଜ୍ୟକାହାଣୀ) ଏପଟେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି, ଆଉ ସେପଟେ କିଏ ରାଜ୍ୟସଭା ଯିବ, ସେନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଶ୍ୱେଶ୍ୱର କହିଛନ୍ତି ଯେ, ଆଲୋଚନା ତ ଅନେକ ହେବ । ହେଲେ ତାଙ୍କୁ ଲାଗୁଛି ଯେ, ମମତା ମହନ୍ତଙ୍କ ଫର୍ମୁଲାରେ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପଠାଯିବ । ତେବେ ଯେହେତୁ ଏହା ପୂର୍ଣ୍ଣାଙ୍ଗ କାର୍ୟ୍ୟକାଳ ନୁହେଁ, ତେଣୁ ମମତା ମହନ୍ତଙ୍କ ଭଳି ସୁଜିତ୍ କୁମାର ହିଁ ରାଜ୍ୟସଭା ଯିବେ ବୋଲି ତାଙ୍କୁ ଲାଗୁଥିବା କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ତେବେ ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି କିନ୍ତୁ ସର୍ବମାନ୍ୟ ବୋଲି କହିଛନ୍ତି ବିଶ୍ୱେଶ୍ୱର । ସୂଚନାମୁତାବକ ରାଜ୍ୟସଭାରୁ ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ । ମମତା ମହନ୍ତଙ୍କ ପର୍ମୁଲା ରିପିଟ ହୋଇପାରେ ବୋଲି ଆକଳନ କରାଯାଉଛି । ସୁଜିତ କୁମାର ରାଜ୍ୟସଭା ଯାଉଛନ୍ତି ମାତ୍ର ଚିହ୍ନ ବଦଳିବ ବୋଲି ଅନୁମାନ କରାଯାଉଛି।  ଓଡିଶା ସମେତ ୪ ରାଜ୍ୟରେ ଖାଲି ପଡିଥିବା ପଦବୀରେ ନିର୍ବାଚନ ହେବାକୁ ଯାଉଛି । ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । ମାତ୍ର ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

six + 8 =