୫ ବର୍ଷରେ କେତେ ବାଘଙ୍କ ମୃତ୍ୟୁ  ହେଲା ଓ କେତେ ଅଛନ୍ତି 

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜୀବନ ହରାଇଛନ୍ତି ୩୪ କଲରାପତରିଆ ଏବଂ ତିନି ମହାବଳ ବାଘ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ | ତେବେ ତଥ୍ୟାନୁସାରେ,  ଗତ ୫ ବର୍ଷ ଭିତରେ ରାଜ୍ୟରେ ୩୪ କଲରାପତରିଆ ବାଘଙ୍କ ଜୀବନ ଯାଇଛି । ଏହାମଧ୍ୟରୁ ୧୭ଟି ବାଘଙ୍କର ଶିକାରରେ ଜୀବନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘର ମୃତ୍ୟୁ ହୋଇଛି । ଏଥିସହ ବର୍ତ୍ତମାନ ରାଜ୍ୟରେ ୩୦ଟି ମହାବଳ ବାଘ ଥିବାବେଳେ, ୬୯୬ଟି କଲରାପତରିଆ ବାଘ ଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଏହି ତଥ୍ୟ ରଖିବା ସହିତ ସେମାନଙ୍କ ମୃତ୍ୟୁ ପଛର କାରଣ ମଧ୍ୟ କହିଛନ୍ତି।

Leave A Reply

Your email address will not be published.

four × 2 =