ଜୀବନ ହାରିଲେ ବିଜେପି ମହିଳା ନେତ୍ରୀ

ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ। ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରିଛି ଓ କେଉଁ ପରିସ୍ଥିତିରେ ଦୀପିକା ଜୀବନ ହାରିଲେ, ତା’ର ଯାଞ୍ଚ ଆରମ୍ଭ କରିଛି।ପୋଲିସ୍‌ ଅଧିକାରୀ କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଡାଲ ନୋଟ ମିଳି ନାହିଁ। ବର୍ତ୍ତମାନ ତାଙ୍କର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି।ମୃତ୍ୟୁ ପୂର୍ବରୁ ଦୀପିକା କର୍ପୋରେଟର ଚିରାଗଙ୍କୁ ଫୋନ କରିଥିଲେ। ସେ ଅତ୍ୟନ୍ତ ଚାପରେ ରହିଛନ୍ତି ଓ ବଞ୍ଚିବାକୁ ଆଉ ଇଚ୍ଛା ନଥିବା ତାଙ୍କୁ କହିଥିଲେ। ଏକଥା ଶୁଣି ଚିରାଗ ତୁରନ୍ତ ଦୀପିକାଙ୍କ ଘରେ ପଞ୍ଚିଥିଲେ। ସେତେବେଳକୁ ଦୀପିକାଙ୍କ ରୁମ ବନ୍ଦ ରହିଥିଲା। ଘରର ଆଉ ଗୋଟିଏ ରୁମରେ ତାଙ୍କ ପିଲାମାନେ ରହିଥିଲେ।

ଚିରାଗ ବନ୍ଦ ରହିଥିବା ରୁମର କବାଟକୁ ଭାଙ୍ଗି ଭିତରେ ପଶିଥିଲେ। ଏହି ସମୟରେ ଦୀପିକା ଝୁଲନ୍ତା ଅବସ୍ଥାରେ ରହିଥିବା ସେ ଦେଖିବାକୁ ପାଇଥିଲେ। ଚିରାଗ ଜଣେ ଡାକ୍ତରଙ୍କୁ ଡାକିଥିଲେ। ହେଲେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଦୀପିକାଙ୍କୁ ହସ୍ପିଟାଲ ନେବାକୁ ଡାକ୍ତର ଜଣଙ୍କ ପରାମର୍ଶ ଦେଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.

ten + 2 =