ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍‌ ଅଧିକାରୀ

କର୍ଣ୍ଣାଟକର ହାସନ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଆଇପିଏସ ଅଧିକାରୀ ଚାକିରି ପାଇବା ପରେ ପ୍ରଥମଦିନ ଡିୟୁଟିରେ ଯୋଗ ଦେବାକୁ ଯାଉଥି‌ବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାସନ ଅଞ୍ଚଳର କିଟ୍ଟାନେ ନିକଟରେ ପୁଲିସ ଗାଡିର ଟାୟାର ଫାଟିବା ପରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଗାଡିଟି ରାସ୍ତାକଡରେ ଏକ ଘର ଓ ଗଛ ସହ ଧକ୍କା ହୋଇଥିଲା । ସୋମବାର କାର୍ଯ୍ୟରେ ଯୋଗ ଦେଇ ଥା’ନ୍ତେ, ମାତ୍ର ଏଭଳି ଦୁଃଖଦ ଘଟଣା ଘଟିଥିଲା ।ମୃତ ଆଇପିଏସ ଅଧିକାରୀଙ୍କ ନାମ ହର୍ଷବର୍ଦ୍ଧନ ବୟସ ୨୬ବର୍ଷ। ହର୍ଷବର୍ଦ୍ଧନ କର୍ଣ୍ଣାଟକ କ୍ୟାଡରର ୨୦୨୩ ବ୍ୟାଚର ଆଇପିଏସ ଅଧିକାରୀ ଥିବା ବେଳେ ସେ ହେଉଛନ୍ତି ମଧ୍ୟପ୍ରଦେଶର ବାସିନ୍ଦା ।

ଆଇପିଏସ ଅଧିକାରୀ ହର୍ଷବର୍ଦ୍ଧନଙ୍କ ସଡ଼କ ଦୁର୍ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି,‘  ହର୍ଷବର୍ଦ୍ଧନ ଟ୍ରେନିଂ ପାଇଁ ମୈସୁର ଯାଇଥିଲେ। ମୈସୁରରେ ଚାରି ସପ୍ତାହର ଟ୍ରେନିଂ ସରିବା ପରେ ହର୍ଷବର୍ଦ୍ଧନ ଫେରି ଡିୟୁଟିରେ ଯୋଗ ଦେବାକୁ ପ୍ରସ୍ତୁତ ହୋଇଥିଲେ।

Leave A Reply

Your email address will not be published.

three + 5 =