ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: କଠୋର ହେଲା ପ୍ରଶାସନ

ଭୁବନେଶ୍ୱର(ରାଜ୍ୟକାହାଣୀ)ଯାତ୍ରା ପେଣ୍ଡାଲରେ କଳାକାରଙ୍କ ଆଇନକୁ ଉଲଘଂନ । ଖୋଲା ମଞ୍ଚରେ ସାପ ଖେଳାଇବା ସହ ଜୀଅନ୍ତା ଘୁଷୁରି ଖାଇଲେ କଳାକାର ।ଜିଅନ୍ତା ଘୁଷୁରି  ଲାଲ୍‌ କପଡ଼ାରେ ବାନ୍ଧି ଟଙ୍ଗା ହୋଇଛି । ତାହାକୁ  ପ୍ରଥମେ ହାତରେ ମାରିମାରି ଆହତ କରିବା  ପରେ ହାତରେ ହିଁ ତାର ଶରୀରର ଚମଡ଼ା ଝୁଣି  କଞ୍ଚା ମାଂସ ଖାଇଥିଲେ । ଶରୀରରୁ ରକ୍ତ ବାହାରି  ମଞ୍ଚ ଲାଲ୍‌ ହୋଇଯାଇଥିଲା । ତଥାପି କଳାକାର  ଅଟକି ନ ଥିଲେ । ରକ୍ତାକ୍ତ ଘୁଷୁରିର ଶରୀରରୁ  କଞ୍ଚା ମାଂସ ହାତରେ ବାହାର କରି ଖାଇବାରେ  ଲାଗିଥିଲେ ।  ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ରାଲବ ଗାଁରେ ଗତ ୨୪ ତାରିଖରେ ଲାଗିଥିବା ନାଟକରେ ବନ୍ୟ ଜନ୍ତୁକୁ ଖୋଲା ମଞ୍ଚରେ ଖେଳାଇବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ମଞ୍ଚ ଉପରେ କଳାକାର ଆଉ ମଞ୍ଚ ତଳେ ଦର୍ଶକ। ଚାଲିଛି ପୌରାଣିକ ନାଟକ। କଳା, ସଂସ୍କୃତି ଭିତରେ ମାନବୀୟର ଦୃଶ୍ୟ। ସାପ ଖେଳ ସାଙ୍ଗକୁ ଜୀବନ୍ତ ଘୁଷୁରୀକୁ ଖାଇବା ଭଳି ଦୃଶ୍ୟକୁ ପ୍ରଦର୍ଶନ କରିଛନ୍ତି କଳାକାର। ଖଲ୍ଲିକୋଟ ଥାନା ଅଞ୍ଚଳର ଏକ ନାଟ୍ୟ ସଂସଦ ତରଫରୁ ମଧ୍ୟ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା।

 ଏଥିରେ ବିପଦ ଜନକ ଭାବେ ନାଗ ସାପ ଦୁଇ କଳାକାର ପ୍ରଦର୍ଶନ କରିଥିଲେ। ଯାହାକି ଜାତୀୟ ବନ୍ୟ ପ୍ରାଣୀ ଆଇନ ୧୯୭୨ର ଖୋଲା ଖୋଲି ଉଲଂଘନ ହୋଇଥିବା ନେଇ ପଶୁ ପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର ପାତ୍ର ଟୁଇଟର ଯୋଗେ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନାଟକରେ ବନ୍ୟ ଜନ୍ତୁଙ୍କୁ ଖୋଲା ମଞ୍ଚରେ ଖେଳାଇବା କେତେ ଦୂର ଠିକ୍ ସେନେଇ ଦାବି କରିଛନ୍ତି ଦର୍ଶକ । ବ୍ରହ୍ମପୁର  ଡିଏଫ୍‌ଓ ସୋନି ଖୋଖର୍‌ କହିଛନ୍ତି, ଏହି  ଘଟଣାରେ ମାମଲା ରୁଜୁ କରାଯିବା ସହ  ଜଣେ ଆୟୋଜକଙ୍କୁ ଗିରଫ କରାଯାଇଛି ।  ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌  ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

4 × 2 =