ଟେଲିକମ୍ କମ୍ପାନୀର ବଢିବ ଟେନସନ । ଆଉ ଆସିବନି ଓ୍ବାନ ଟାଇମ୍ ପାସଓ୍ବର୍ଡ । ନଭେମ୍ବର ୩୦ ରହିଛି ଶେଷ ତାରିଖ । ଡିସେମ୍ବର ୧ରୁ ବିଳମ୍ବରେ ଓଟିପି ଆସିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଫଷ୍ଟୀକରଣ ରଖିଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ।ଏହି ନୂଆ ନିୟମର ଉଦ୍ଦେଶ୍ୟ ହେଉଛି ନକଲି OTP ଏବଂ ଅନ୍ୟାନ୍ୟ ସ୍ପାମ୍ ମେସେଜ୍କୁ ବନ୍ଦ କରିବା । ଟେଲିକମ୍ ଅପରେଟରମାନଙ୍କୁ ମେସେଜ୍ର ସୋର୍ସ ଖୋଜିବାକୁ ପଡିବ । ଯେଉଁକାରଣରୁ ନକଲି ମେସେଜ୍ ଗୁଡ଼ିକୁ ବ୍ଲକ୍ ଏବଂ ୟୁଜର୍ସଙ୍କୁ ସୁରକ୍ଷା କରାଯାଇ ପାରିବ । ଯଦି ଟେଲିକମ୍ ଅପରେଟରମାନେ ଏହି ନିୟମକୁ ଠିକ୍ ସମୟରେ ଏହି ନିୟମକୁ ଲାଗୁ କରିନପାରନ୍ତି ତେବେ OTP ପାଇବାରେ ହୋଇପାରେ ଅସୁବିଧା । ବ୍ୟାଙ୍କିଙ୍ଗ୍, ଇ-କମର୍ସ ଏବଂ ସୋସିଆଲ୍ ମିଡିଆ ପରି ସେବା ଗୁଡିକରୁ OTP ମିଳିବାରେ ବିଳମ୍ବ ହୋଇପାରେ କିମ୍ବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ ।ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଜିଓ,ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଆଇଡିଆ ବ୍ୟବହାର କରୁଛନ୍ତି ତେବେ ଚିନ୍ତା କରନ୍ତୁନାହିଁ । ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେନାହିଁ । ଏହି ଘୋଷଣା କରି ଗ୍ରାହକଙ୍କୁ ଆଶ୍ବସ୍ତ କରିଛି ଟ୍ରାଇ। ଏଥି ସହ ଗୁରୁତ୍ୱପୂର୍ଣ୍ଣ ମେସେଜ ଗୁଡିକ ବିଳମ୍ବ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ଟ୍ରାଇ। ନେଟ ବ୍ୟାଙ୍କିଂ ଓ ଆଧାର ଓଟିପି ପାଇବାରେ ବିଳମ୍ବ ହେବ ନାହିଁ ।