ଭୁବନେଶ୍ୱର(ରାଜ୍ୟକାହାଣୀ)ଖଣ୍ଡପଡା ବ୍ଳକ ଅଧିନ କିଆଝର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ପ୍ରଭାବରେ ଏକ ଚାଳଘର ସଂପୂର୍ଣ ରୁପେ ପୋଡି ଯାଇଥିବା ବେଳେ ଘର ମଧ୍ୟରେ ଶୋଇଥିବା ଅବସ୍ଥାରେ ହୀରା ନାୟକ(୭୫) ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସଂପୃକ୍ତ ମହିଳାଙ୍କର ମୃତ ଦେହ ଘର ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ଉକ୍ତ ମହିଳାଙ୍କର ଶରୀର ସଂପୂର୍ଣ ରୁପେ ପୋଡି ଯାଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବରପାଇ ଖଣ୍ଡପଡା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟାକରି ବିଫଳ ହୋଇଥିବା ଜଣାପଡିଛି । ଖବର ପାଇ ଖଣ୍ଡପଡା ଥାନାଧିକାରୀ ନିହାର ରଂଜନ ମହାନ୍ତି ସଦଳବଳେ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଁଚି ମହିଳାଙ୍କ ମୃତ ଦେହକୁ ଜବତ କରି ଖଣ୍ଡପଡା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରିଥିବା ଜଣାଯାଇଛି । ଏ ସଂପର୍କରେ ପୋଲିସ ଖଣ୍ଡପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି ।