ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ଦିନ ପରେ ଆଜି ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନିଜ ଚତୁର୍ଥ ଇନିଂସ୍ ଆରମ୍ଭ କରିଛନ୍ତି।ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିଥିଲା ଇଣ୍ଡିଆ ମେଣ୍ଟର ଏକତା। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ପ୍ରମୁଖ ଉପସ୍ଥିତ ଥିଲେ ।ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ହେଉଛି ୪୧। ନିର୍ବାଚନରେ ଜେଏମ୍ଏମ୍, କଂଗ୍ରେସ, ଆରଜେଡି ଏବଂ ବାମଦଳ ମେଣ୍ଟ ୮୧ ଆସନରୁ ୫୬ ଆସନ ଜିତିଥିଲା

Leave A Reply

Your email address will not be published.

9 − seven =