ନିଜ ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକେ

ଭୁବନେଶ୍ୱର(ରାଜ୍ୟକାହାଣୀ) ଆବାସ ଘର ପାଇଁ ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ।ପ୍ର କୃତ ହିତାଧିକାରୀ ପାଇବେ ଘର।  ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।ଏହା ସହ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ। ୨ ମାସ ସମୟ ଭିତରେ ରି ସର୍ଭେ କରାଯିବ।ଏହି ଅବଧି ଭିତରେ  ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ କାଟୁ କରିବନି । କେହି ଚାହିଁଲେ ବି ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ  ଅଟକାଇ ପାରିବେନି । ବ୍ଲକ୍‌ର କୌଣସି କର୍ମଚାରୀ,  ପଞ୍ଚାୟତ ନିର୍ବାହୀ ଅଧିକାରୀ କି ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ ହେବନି । ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା । କିନ୍ତୁ ଏହାକୁ  ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ । ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର  ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ।  

Leave A Reply

Your email address will not be published.

4 + fourteen =