ଓଡ଼ିଶାରେ ୪୮ ଘଣ୍ଟା ରହିବେ ମୋଦି

ଭୁବନେଶ୍ୱର(ରାଜ୍ୟକାହାଣୀ)  ୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।  ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଏହି ସମୟ ଭିତରେ ଶାହା ମଧ୍ୟ ରହିବେ। ତେବେ ଦଳୀୟ କାର୍ଯ୍ୟକ୍ରମ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିମାନବନ୍ଦରଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ସେଠାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତକରି ସେ ରାଜଭବନ ଆସିବେ। ୬ଟା ୩୦ରେ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଭିନ୍ନ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ରାତ୍ରିଭୋଜନ ମଧ୍ୟ କରିବେ ବୋଲି ମନମୋହନ କହିଛନ୍ତି। ମିଳିଥିବା ସୂଚନା ମୁତାବକ, ଶାହା ମଧ୍ୟ ଏହି ଅବସରରେ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହିପାରନ୍ତି। ତେବେ ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀ ଆୟୋଜିତ ହେବ।  ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଲୋକ ସେବା ଭବନ, ରାଜ ଭବନ, ରାଜ୍ୟ ଗେଷ୍ଟ ହାଉସ୍, ମୈତ୍ରୀ ବିହାର ଏବଂ ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଆଇପିଏସ୍ ମେସ୍ ପ୍ରମୁଖ ସ୍ଥାନ ନୋ ଫ୍ଲାଇଂ ଜେନ୍ ଘୋଷଣା କରାଯାଇଛି।

Leave A Reply

Your email address will not be published.

fourteen − 8 =