ମୁମ୍ବାଇରେ ଜଣେ ୨୫ ବର୍ଷୀୟା ଏୟାର ଇଣ୍ଡିଆ ପାଇଲଟଙ୍କ ଆତ୍ମହତ୍ୟା। ମହିଳା ପାଇଲଟ୍ ସୃଷ୍ଟି ତୁଲିଙ୍କ ମର ଶରୀର ଅନ୍ଧେରି ସ୍ଥିତ ତାଙ୍କ ଫ୍ଲାଟରୁ ମିଳିଛି।ଅଭିଯୋଗରେ ପୁଲିସ ସୃଷ୍ଟିଙ୍କ ବୟଫ୍ରେଣ୍ଡ୍ ଆଦିତ୍ୟ ପଣ୍ଡିତଙ୍କୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହାଜତକୁ ନେଇଛି। ସୃଷ୍ଟିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ପଣ୍ଡିତ ଅନେକ ସମୟରେ ତାଙ୍କ ସହ ଖରାପ ବ୍ୟବହାର ଏବଂ ଯୁକ୍ତିତର୍କ କରିଥାନ୍ତି। ଶେଷରେ ଅତ୍ୟାଚାର ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଏୟାର ଇଣ୍ଡିଆର ପାଇଲଟ୍ ସୃଷ୍ଟି ତୁଲୀଙ୍କ ମୃତ ଦେହ ତାଙ୍କ ଅନ୍ଧେରୀ ସ୍ଥିତ ପ୍ଲାଟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୃଷ୍ଟିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଆଦିତ୍ୟ ପଣ୍ଡିତ ଝିଅ ସହ ଦୁର୍ବବ୍ୟହାର କରୁଥିଲା । ସବୁବେଳେ ଫୋନ୍ କରି ବଚସା କରୁଥିଲା । ପରିବାର ଲୋକଙ୍କ ଅଭିଯୋଗରେ ଆଦିତ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହାପରେ କୋର୍ଟ ଡିସେମ୍ୱର ୨୯ ଯାଏ ପୋଲିସ ହେପଜତକୁ ପଠାଇଛନ୍ତି । ପୋଷ୍ଟମର୍ଟମ ରିପୋର୍ଟରୁ ଯୁବତୀଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜଣାପଡ଼ିଛି ।