କୁମ୍ଭ ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟ

 ଆଧ୍ୟାତ୍ମିକ ଦେଶ ଭାରତବର୍ଷ । ଯେଉଁଠାରେ ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ସହ ଓଷା ବ୍ରତ ପାଳନ କରିଥାନ୍ତି ଲୋକେ । ଆଉ ଢେର୍ ବିଶ୍ବାସର ସହିତ ଧାର୍ମିକ ଓ ଆଧ୍ୟାତ୍ମିକତାର ଭବ୍ୟ ଆୟୋଜନ ମଧ୍ୟ ହୋଇଥାଏ । ଯେମିତି ଏଇ କୁମ୍ଭ ମେଳା ଆୟୋଜିତ ହେଉଛି । ବିଶ୍ବର ସବୁଠୁ ବଡ଼ ଏହି ଧାର୍ମିକ ସମ୍ମିଳନୀରେ ଲୋକେ ଏକାଠି ହୋଇଥାନ୍ତି ପବିତ୍ର ଜଳରେ ବୁଡ ପକାଇ ପାପ ନାଶ କରିବାକୁ । ସେଥିପାଇଂ ଏହି ମହାମେଳାରେ ଯୋଗ ଦେଇ ପବିତ୍ର ଜଳରେ ସ୍ନାନ କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ ।ତେବେ ମକର ସଂକ୍ରାନ୍ତି ପ୍ରାରମ୍ଭରୁ ଏହି ପବିତ୍ର ପୀଠ ପ୍ରୟାଗରାଜରେ କୁମ୍ଭମେଳା ଅବସରରେ ପ୍ରତିଦିନ ସ୍ନାନର ଭିନ୍ନ ଭିନ୍ନ ଗୁରୁତ୍ବ ରହିଛି । ତେବେ ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରୟାଗରାଜ କୁମ୍ଭ ମେଳାରେ ସୁରକ୍ଷା ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ପ୍ରଯୁକ୍ତି। ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟିକ ଅଗ୍ନିଶମ ଇକ୍ୱିପମେଣ୍ଟ । ଏଥିପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ୨ ଶହ କମାଣ୍ଡୋ ମୁତୟନ ହେବେ ବୋଲି ଜଣାପଡିଛି । ପ୍ରଥମ ଥର ପାଇଁ କୁମ୍ଭ ମେଳାରେ ଏପରି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ହେବ । ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁନଥିବା ସ୍ଥାନରେ ଅଗ୍ନି ନିର୍ବାପନ ପାଇଁ ଏହି ରୋବୋଟିକ ଅଗ୍ନିଶମ ଯାନ ବ୍ୟବହାର ହେବ । ୨୦ରୁ ୨୫ କିଲୋଗ୍ରାମ ଓଜନର ୩ଟି ରୋବୋଟିକ ଅଗ୍ନିଶମ ଯାନ ମେଳାରେ ଅଗ୍ନି ନିର୍ବାପନ ପାଇଁ ବ୍ୟବହୃତ ହେବ ।

Leave A Reply

Your email address will not be published.

17 + seventeen =