ଭୁବନେଶ୍ୱର(ରାଜ୍ୟକାହାଣୀ)କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ୬ ମାସ ଛୁଟିରୁ ଫେରିବା ପରେ ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବୁଧବାର ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର । ଗତ ମେ ମାସରୁ ୬ମାସ ଛୁଟିରେ ଯାଇଥିଲେ ସୁଜାତା । ତାଙ୍କର ଅବଧି ସରିବା ପରେ ସେ ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବଢାିବାକୁ ଆବେଦନ କରିଥିଲେ । ନଭେମ୍ବର ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିବା ଅବଗତ କରିଥିଲେ। ଏହା ସହିତ ଆଜି ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।