ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ?

 ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ବିଧାନସଭା ନିର୍ବାଚନ ଫଳଫଳା ବାହାରିବାର ୫ ଦିନ ପରେ ବି ଏହାର ଜବାବ ମିଳିପାରି ନାହିଁ । ଏହାରି ଭିତରେ ଏକନାଥ ସିନ୍ଦେ ବୁଧବାର ସାମ୍ୱାଦିକ ସମ୍ମିଳନୀ କରି ଚିତ୍ରକୁ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ।  ମଙ୍ଗଳବାର ପ୍ରଧାନମନ୍ତ୍ରୀ କରିଥିବା ଫୋନ୍‌ କଲ୍‌ ବିଷୟରେ ଏକନାଥ ଶିନ୍ଦେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ସ୍ପଷ୍ଟ କରିଥିଲି ଯେ ମୋ ଯୋଗୁ ମହାରାଷ୍ଟ୍ରରେ ସରକାର ଗଠନ ହେବାରେ କୌଣସି ଅସୁବିଧା ହେବ ନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦି-ଅମିତ ଶାହାଙ୍କ ନିଷ୍ପତ୍ତିକୁ ସମ୍ମାନ କରିବି।ସେ କହିଛନ୍ତି, ‘ଏତେ ବଡ଼ ଜନଦେଶ ମିଳିଥିବାରୁ, ମୁଁ ଜନତାଙ୍କୁ ଧନ୍ୟବାଦ ଜଣାଉଛି । ମହାବିକାଶ ଅଘାଡ଼ି ଯେଉଁ କାମ ଅଟକାଇଥିଲା, ଆମେ ପୁଣି ଥରେ ତାହା ଆରମ୍ଭ କରିଛୁ । ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛୁ । ଏହି କାରଣରୁ ଲୋକଙ୍କ ସମର୍ଥନ ଆମକୁ ମିଳିଛି । ଆମେ ସକାଳ ୫ଟା ଯାଏ କାମ କରିଥିଲୁ । ଆମେ ୯୦ରୁ ୧୦୦ ସଭା କରିଛୁ । ସବୁ କାର୍ଯ୍ୟକର୍ତ୍ତା କଠିନ ପରିଶ୍ରମ କରିଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାକୁ ଆମେ ବୁଝିଛୁ ।’ ଶିନ୍ଦେ ଆହୁରି କହିଛନ୍ତି, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଜନସାଧାରଣଙ୍କ ପାଇଁ କାମ କରିଛି। ପିଏମ ମୋଦି ଏବଂ ଅମିତ ଶାହା ମୋତେ ସବୁବେଳେ ସମର୍ଥନ କରିଆସିଛନ୍ତି। ଲୋକଙ୍କ ସ୍ବପ୍ନ ପୂରଣ କରିବାକୁ ମୋଦି-ଶାହାଙ୍କର ଶକ୍ତି ଅଛି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାଜପାରୁ ହେବେ। ଆମେ ସମସ୍ତେ ଏନଡିଏର ଅଂଶ ଅଟୁ ଏବଂ ରହିବୁ । ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ତାହାକୁ ଶିବସେନା ଗ୍ରହଣ କରିବ

Leave A Reply

Your email address will not be published.

two × four =