ସୁଭଦ୍ରା ଟଙ୍କା ଆସିନଥିଲେ ହୁଅନ୍ତୁ ନାହିଁ ବ୍ୟସ୍ତ, ନିଶ୍ଚିନ୍ତ ମିଳିବ ଟଙ୍କା 

ଭୁବନେଶ୍ୱର(ରାଜ୍ୟକାହାଣୀ) ନଭେମ୍ବର ୨୪ରେ ମିଳିଲା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆକାଉଣ୍ଟକୁ ଆସିଲା କିସ୍ତି । ବାଦ ପଡ଼ିଥିବା ଆବେଦନକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ସାମିଲ୍ ହୋଇଛନ୍ତି । ଯେଉଁ ମହିଳା ମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କର ଯୋଗ୍ୟତା ଓ ଫିଜିକାଲ ଭେରିଫିକେସନର ଯାଞ୍ଚ ଚାଲିଛି । ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଖୁସିର କଥା ହେଉଛି ଯେ ସରକାରୀ ଅଧିକାରୀଙ୍କ ଜରିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତଙ୍କୁ ଟଙ୍କା ଯୋଗାଇବା ପାଇଁ ଯୋଜନା ଚାଲିଛି । ଏହି ଅଧିକାରୀ ମାନେ ସୁଭଦ୍ରା ଯୋଜନା ସହ ମୋବାଇଲ ଓ ଆଧାର ଲିଙ୍କ କରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା କିପରି ଆସିବ ତାହାକୁ ଆକ୍ଟିଭ କରିବେ । ତଥ୍ୟ ମୁତାବକ ୭.୬୮ ଆବେଦନକାରୀ ବିଭିନ୍ନ ଟେକ୍ନିକାଲ କାରଣରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି । ଏହି ଯୋଜନାରେ ୮୦.୪୫ ଲକ୍ଷ ଲାଭାର୍ଥୀଙ୍କୁ ଏଯାଏଁ ସୁଭଦ୍ରା ଟଙ୍କା ଯୋଗାଇ ଏକ ମାଇଲ ଖୁଣ୍ଟ ସ୍ଥାପନ କରାଯାଇଥିବା ବେଳେ ପ୍ରାୟ ୫.୬ ଲକ୍ଷଙ୍କ ଆବେଦନ ପେଣ୍ଡିଂ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

Leave A Reply

Your email address will not be published.

4 + eleven =