ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ସରିଛି ଶୀତକାଳୀନ ହାତୀ ଗଣନା । ବୁଧବାର ଆସିବ ବିସ୍ତୃତ ରିପୋର୍ଟ । ଏଥିରୁ ଜଣାପଡିବ ରାଜ୍ୟରେ ଅଛନ୍ତି କେତେ ହାତୀ ? ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେମିତି କୌଣସି ହାତୀ ୨ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ କରାଯାଉଛି । ଜିପିଏସକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡିକ ଅଭୟାରଣ୍ୟ ଭିତରେ ଥିଲେ ଏବେ ସେମାନେ ଜନବସତିମୁହାଁ ହୋଇଛନ୍ତି,ସେସବୁ ତଥ୍ୟ ଏକାଠି କରାଯାଉଛି । । ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ରିପୋର୍ଟ। ଏହାପରେ କୁହାଯାଇପାରିବ, ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ହାତୀ ଅଛନ୍ତି ଓ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି। ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।