ବାଂଲାଦେଶ ଇସ୍କନ ପୂଜକଙ୍କୁ ଗିରଫ

ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ ରଖିଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସ‌ନ୍ତୋଷ ତେଜିଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି  ସହ ଏକ ସଂଖ୍ୟାଲଘୁ  ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା, ଯାହାର ନେତ୍ତ୍ବତ୍ବ ଚିନ୍ମୟ ଦାସ ନେଉଥିଲେ । ଏହି ଘଟଣା ପରେ ଚିନ୍ମୟଙ୍କୁ  ବାଂଲାଦେଶ ପୋଲିସ ଗିରଫ କରିଛନ୍ତି ।ସେପଟେ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫ ପରେ ବାଂଲାଦେଶରେ ପରିସ୍ଥିତି ବିଗିଡିବାରେ ଲାଗିଛି । ରାସ୍ତା ଉପରକୁ ଓହ୍ଲାଇଛନ୍ତି ହିନ୍ଦୁ ସମାଜର ଲୋକେ । ଏହାରି ଭିତରେ ସେମାନଙ୍କ ଉପରେ ବିଏନପି ଏବଂ ଜମାତର କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିବା ନଜର ଆସିଛି । ଏହି ଆକ୍ରମଣରେ ୫୦ ଜଣ ହିନ୍ଦୁ ଗୁରୁତର ଆହତ ହୋଇଛନ୍ତି । ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହିନ୍ଦୁ  ସମାଜର କାର୍ଯ୍ୟକର୍ତ୍ତା ଜୟ ଶ୍ରୀ ରାମ, ହର ହର ମହାଦେବ ନାରା ଦେଇ ମଶାଲ ଧରି ରାସ୍ତାରେ ରାଲି ଆରମ୍ଭ କରିଥିଲେ ।

Leave A Reply

Your email address will not be published.

three × 2 =