ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ କଏଦୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ)ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର। ସଜା ଭୋଗୁଥିବା ୧୪ କଏଦୀଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଜାରି ହୋଇଛି। ଜେଲ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ମୁକ୍ତ କରିବାକୁ ବିଭିନ୍ନ ଜେଲ ଅଧୀକ୍ଷକଙ୍କୁ ଏହି ଚିଠି ଲେଖାଯାଇଛି। ରାଉଲକେଲାରୁ ୨ଜଣ, ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆଜୀବନ ସଜ୍ଜା କାଟୁଥିବା କଏଦୀ ଜେଲରୁ ମୁକୁଳିଛନ୍ତି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ମୁକୁଳାଇବା ପାଇଁ ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ଆଉ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହି କଏଦୀ ମାନଙ୍କୁ ଜେଲରୁ ମୁକ୍ତି ମିଳିଛି । ତେବେ ଏହି ଚିଠିରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କୁ ଏ ନେଇ ଅବଗତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆଉ କିଛି ମାମଲା ଥାଏ ତାହେଲେ ବିଚାର କରିବେ ବୋଲି ନିର୍ଦ୍ଦେଶାଳୟ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.

6 + 15 =