କାଲିଠୁ ବିଧାନସଭା, ସର୍ବଦଳୀୟ ବୈଠକରେ ସାମିଲ ହେଲେ ସବୁ ଦଳ

ଭୁବନେଶ୍ୱର(ରାଜ୍ୟକାହାଣୀ)ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲୁରହିବ।ଏହି ଅଧିବେଶନ ଆରମ୍ଭ ଦିନରେ ହିଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି।

ତେବେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗ, ଓ୍ବାକଫ୍ ବୋର୍ଡ ପ୍ରସଙ୍ଗ ଭଳି ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବା ନେଇ ସମ୍ଭାବନା ରହିଥିବା ବେଳେ ଏନେଇ ଶାସକ ବିଜେପି ଦଳ ପକ୍ଷରୁ ମୁକାବିଲା ପାଇଁ ଦଳୀୟ ବୈଠକ ଆୟୋଜିତ ହୋଇଛି ।

Leave A Reply

Your email address will not be published.

5 + nine =