ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା : ଦି ରୁଲ’ । ଏହା ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି ।ଫ୍ୟାନ୍ସମାନେ ଦୀର୍ଘ ସମୟ ଫିଲ୍ମକୁ ଧରି ଅପେକ୍ଷା କରି ରହିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ କରିବାକୁ ଦାବି କରାଯାଉଛି। ହରିୟାଣାରେ ‘ପୁଷ୍ପା ୨’ର ଏକ ସିନ୍ ବିରୋଧରେ ଅଭିଯୋଗ ଆସିଛି।ଫିଲ୍ମର ଏକ ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।
ଏଥିସହ ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବାକୁ ଦାବି ହୋଇଛି। ତେବେ ଏ ନେଇ ପୁଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଟ୍ରେଲରରେ ଜାଣିଶୁଣି ଏକ ଧର୍ମର ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ହିସାରର କୁଲଦୀପ କୁମାର ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଯଦି ଏହା କରା ନଯାଏ ତେବେ ସେମାନେ ଫିଲ୍ମ ହରିୟାଣାରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ।କୁଲଦୀପଙ୍କ କହିବା ଅନୁଯାୟୀ, ଟ୍ରେଲରରେ ଅଲ୍ଲୁ ଅର୍ଜୁନଙ୍କୁ ଅର୍ଦ୍ଧନାରିଶ୍ୱର ଭୂମିକାରେ ଦେଖିବାକୁ ମିଳିଛି ଏବଂ ମା’ କାଳୀଙ୍କ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଧାର୍ମିକ ଭାବନାକୁ ମଧ୍ୟ ଆଘାତ ଦେଉଛି ବୋଲି ସେମାନେ ଅନୁଭବ କରୁଛନ୍ତି।