ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା, ସିଙ୍ଗଲ୍ ଆକାଉଣ୍ଟ  ଦିଅନ୍ତୁ 

ଭୁବନେଶ୍ୱର(ରାଜ୍ୟକାହାଣୀ)ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଆସନ୍ତା ରବିବାର ସୁଦ୍ଧା ଆଉ ୨୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ତେବେ ‘ସୁଭଦ୍ରା’ ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ ମୋବାଇଲ ନମ୍ବରରେ ଅଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଦେଖାଉଛି ମିସ୍ ମ୍ୟାଚ୍ । ସେଥିପାଇଁ ବାଦ୍ ପଡିପାରେ ଆପଣଙ୍କ ଆବେଦନ । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ରହିଛି ଏଭଳି ସମସ୍ୟା । ତା ଭିତରେ ଆପଣଙ୍କ ଆବେଦନ ନାହିଁ ତ ? ଥିଲେ ଶୀଘ୍ର ଯାଞ୍ଚ କରନ୍ତୁ ଏବଂ ସିଙ୍ଗଲ ଆକାଉଣ୍ଟ ଦିଅନ୍ତୁ । ଦେଲେ ମିଳିବ ସୁଭଦ୍ରା ଟଙ୍କା । ଆଜି ପୁଣିଥରେ ସିଙ୍ଗଲ ଆକାଉଣ୍ଟ ନମ୍ବର ଦେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏହି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଅଙ୍ଗନବାଡି ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କୁ ଟଙ୍କା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

3 × one =