ବଦଳିବ ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା, ୧୦୦ ରୁ ୨୪ ମାର୍କ ରଖିଲେ ପାସ ହେବେ 

ଭୁବନେଶ୍ୱର(ରାଜ୍ୟକାହାଣୀ)ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ, ଏଥର ଜାତୀୟ ଶିକ୍ଷା ପଦ୍ଧତି ଅନୁଯାୟୀ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। ୧୦୦ ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ ।

ପିଲାଙ୍କୁ ବୋର୍ଡ ପରୀକ୍ଷାର ଚାପ କମାଇବା ଓ ଭଲ ନମ୍ବର ସ୍କୋର କରିବା ପାଇଁ ନ୍ୟାସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ । ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ । 

Leave A Reply

Your email address will not be published.

fifteen − 11 =