ଜୁଇରୁ ହଠାତ୍‌ ଉଠି ବସିଲେ ବ୍ୟକ୍ତି ଆଉ ପରେ….

ରାଜସ୍ଥାନର ଝୁଞ୍ଜୁନୁରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି  । ଏଠାରେ ଶ୍ମଶାନରେ ଶବଦାହ ସମୟରେ ହଠାତ୍ ଜଣେ ବ୍ୟକ୍ତି ଜୀବନ୍ତ ହୋଇଗଲା । ହଠାତ୍ ସେ ନିଶ୍ୱାସ ନେବା ଆରମ୍ଭ କଲା । ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହେଲେ  । ତା’ପରେ ଆମ୍ବୁଲାନ୍ସକୁ ଡକାଯାଇ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସୂଚନାମୁତାବକ 

ଝୁନଝୁନର ବଗଡ଼ ମା’ ସେବା ସଂସ୍ଥାନର ଆଶ୍ରମ ଗୃହରେ ରୋହିତାଶ ନାମକ ୪୫ ବର୍ଷୀୟ ବ୍ୟକ୍ତି କିଛି ବର୍ଷ ହେଲା ରହି ଆସୁଥିଲେ। ସେ ଅନାଥ ହୋଇଥିବା ବେଳେ ଜନ୍ମରୁ ମୁକ ଓ ବଧିର। ଗତକାଲି ଅପରାହ୍ନରେ ଅସୁସ୍ଥତା ହେତୁ ତାଙ୍କୁ ଝୁନଝୁନର ବିଡିକେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ତାଙ୍କୁ ମେଡିକାଲର ଶବ ଗୃହରେ ଥିବା ଡିପ ଫ୍ରିଜରେ ରଖାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ସେବା ସଂସ୍ଥାନ କର୍ମଚାରୀ ପହଞ୍ଚିବା ପରେ ସେମାନଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏହାପରେ ସେମାନେ ମୃତଦେହକୁ ଧରି ଶ୍ମଶାନକୁ ଯାଇଥିଲେ। ଚିତା ଲଗାଇବା ନିମନ୍ତେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ଏହା ପୂର୍ବରୁ ମୃତବ୍ୟକ୍ତିଙ୍କ ନିଶ୍ୱାସ ଚାଲିବା ସହ ତାଙ୍କ ଶରୀର ହଲଚଲ ହୋଇଥିଲା। ତେବେ  ରୋଗୀଙ୍କ ଜୀବନ ସହ ଖେଳିଥିବା ଯୋଗୁ ୩ ଡାକ୍ତରଙ୍କୁ ସସ୍‌ପେଣ୍ଡ କରାଯାଇଛି।

Leave A Reply

Your email address will not be published.

four − four =