ଭୁବନେଶ୍ୱର(ରାଜ୍ୟକାହାଣୀ)ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାତୃଭାଷାରେ ପାଠ ପଢା ପଢିବା ସହ ପାଇବେ ଗୁଣାତ୍ମକ ଜ୍ଞାନ । ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରର କରୁଛନ୍ତି ଏଭଳି ଏକ ଯୋଜନା । ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ । ଆଗାମୀ ଦିନରେ ଆଦିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା ପାଇଁ ଲ୍ୟାଙ୍ଗୁଏଜ୍ ଲ୍ୟାବ କରାଯିବ। ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି କରାଯାଉଛି । ଆଗକୁ ଆଦିବାସୀ ଅଧ୍ୟୁଷିତ ବିଦ୍ୟାଳୟରେ ମାତୃଭାଷାରେ ପାଠ ପଢା ହେବ । ପିଲା ମାନେ କିଭଳି ଗୁଣାତ୍ମକ ଜ୍ଞାନ ପାଇବେ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।