୨ ଦିନ କସରତ ପରେ କାବୁ ହେଲା ଉତ୍ପାତିଆ ମାଙ୍କଡ଼ ।

ଭୁବନେଶ୍ୱର(ରାଜ୍ୟକାହାଣୀ) କାବୁ ହେଲା ଉତ୍ପାତିଆ ମାଙ୍କଡ଼ । ରାଜଧାନୀ ଉପକଣ୍ଠ ବାଲିପାଟଣାରେ କାବୁ ହେଲେ ଉତ୍ପାତିଆ ମାଙ୍କଡ଼ । ନନ୍ଦନକାନନର ଏକ ଟିମ୍‌ ଉତ୍ପାତିଆ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିଛି । ଗତକାଲି ନନ୍ଦନକାନନ ଟିମ୍ ଦୀର୍ଘ ସମୟ ଚେଷ୍ଟା କରି ତାକୁ ଧରିବାରେ ବିଫଳ ହୋଇଥିଲେ।  ଗୁରୁବାର ଦିନ ସକାଳେ ମାଙ୍କଡ଼ଟି ଏକ ଛାତ ଉପରେ ବସିଥିଲା । ବନବିଭାଗର ଟିମ୍‌ ନଜର ରଖିଥିଲା, ଆଉ ନନ୍ଦନକାନନର ଏକ ଟିମ୍‌ ସହାୟତାରେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।ଖବର ଅନୁଯାୟୀ, ଗତ ତିନି ଦିନ ହେଲା ମାଙ୍କଡ଼ଟି ବାଲିପାଟଣା ଅଞ୍ଚଳରେ ଉତ୍ପାତ ମଚାଇଥିଲା । ଅନେକ ଲୋକଙ୍କୁ ଆକ୍ରମଣ କରିଥିଲା । ତିନି ଦିନରେ ପ୍ରାୟ ୪ ଜଣ ଲୋକ ଲହୁଲୁହାଣ ହୋଇଥିଲା । ଉତ୍ପାତିଆ ମାଙ୍କଡ଼କୁ କାବୁ ପାଇ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ଟିମ୍‌ ଲଗାତର ଚେଷ୍ଟା କରୁଥିଲା ମାଙ୍କଡ଼କୁ କାବୁ କରିବା ଲାଗି, ହେଲେ ସେଥିରେ ଫେଲ୍‌ ମାରୁଥିଲା । ଶେଷରେ ଗୁରୁବାର ଦିନ ସକାଳ ସମୟରେ ଟ୍ରାଙ୍କୁଲାଇଜ୍‌ କରିଛି । ମାଙ୍କଡ଼ଟି ଟିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଛି । 

Leave A Reply

Your email address will not be published.

sixteen + 11 =