ନମ୍ୱର ଓ୍ୱାନ ଅଲ୍‌ରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତର ଦକ୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସର୍ବଶେଷ ଅନ୍ତର୍ଜାତୀୟ ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ, ଯୁବ ଖେଳାଳି ତିଲକ ବର୍ଲା ଟପ-୧୦ରେ ଏଣ୍ଟ୍ରି ମାରିଛନ୍ତି । ତେବେ ୬୯ଟି ସ୍ଥାନ ଉପରକୁ ଉଠି ଟପ୍-୧୦ରେ ପ୍ରବେଶ କରିଛନ୍ତି ତିଲକ୍ ବର୍ମା ।ଚଳିତ ବର୍ଷ ହାର୍ଦ୍ଦିକ ଅନ୍ତର୍ଜାତୀୟ ଟି-୨୦ରେ ୩୫୨ ରନ ସଂଗ୍ରହ କରିଛନ୍ତି। ଏହା ସହିତ ସେ ଚଳିତ ବର୍ଷ ୧୬ଟି ଉଇକେଟ ନେଇଛନ୍ତି।ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ହାର୍ଦ୍ଦିକ ଚମତ୍କାର ବୋଲିଂ କରିଥିଲେ । ଏହି ମ୍ୟାଚରେ ହାର୍ଦ୍ଦିକ ତିନି ଓଭରରେ ଜଣେ ମେଡେନ ସହିତ ମାତ୍ର ଆଠ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।  ଅନ୍ତର୍ଜାତୀୟ ଟି-୨୦ରେ ପାଣ୍ଡ୍ୟା ୨୪୪ ରେଟିଂ ପଏଣ୍ଟ ସହ ଏକ ନମ୍ବରରେ ଅଛନ୍ତି। ନେପାଳର ଦୀପେନ୍ଦ୍ର ସିଂ ଆରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। 

Leave A Reply

Your email address will not be published.

eight + nine =