ବାହାଘର ପ୍ରସ୍ତାବକୁ ମନା କଲେ ଗୁରୁମା, ସ୍କୁଲରେ ତଣ୍ଟି କାଟିଦେଲା ପ୍ରେମୀକ

ତାମିଲନାଡୁର ଥାନଜାଭୁରର ସ୍କୁଲ କ୍ୟାମ୍ପସରେ ଜଣେ ୨୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ଏକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କର ହତ୍ୟା କରାଯାଇଛି ବୋଲି ସୂଚନା ରହିଛି। ଘର ଲୋକଙ୍କ ଦ୍ୱାରା ଗୁରୁମାଙ୍କ ପାଖକୁ ବାହାଘର ପ୍ରସ୍ତାବ ଆସିଥିଲେ ହେଁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ବାସ୍‌ ଏଥିରେ ରାଗି ଯାଇ ପାଗଳ ପ୍ରେମିକ ଜଣକ ସ୍କୁଲରେ ପଶି ଗୁରୁମାଙ୍କ ତଣ୍ଟି କାଟି ହତ୍ୟା କରିଛି।ତାମିଲନାଡୁର ତାଞ୍ଜାଭୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ମାଲ୍ଲିପଟନମ ସରକାରୀ ସ୍କୁଲରେ ଆଜି ୨୬ ବର୍ଷୀୟ ଗୁରୁମା ରମଣୀ ରହିଥିବା ବେଳେ ୩୦ ବର୍ଷୀୟ ମଦନ ପ୍ରବେଶ କରିଥିଲା। ଏହାପରେ ସେ ରମଣୀଙ୍କୁ ଗୋଟିଏ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ରମଣୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.

8 − one =