ରାୟଗଡ଼ା (ରାଜ୍ଯକାହାଣୀ) ରାୟଗଡ଼ା _ ଗଜପତି ଜିଲ୍ଲା ସୀମାନ୍ତ ପଦ୍ମପୁର ର ଘଞ୍ଚ ଜଙ୍ଗଲ ଭିତରେ ଲାଗିଥିବା ବେଆଇନ୍ ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ର ଗୁଡ଼ାରୀ ମକା ଗୁଡ଼ା ଜଙ୍ଗଲ ଓ ପଦ୍ମପୁର ଥାନା କେନ୍ଦୁଗୁଡ଼ା ଫାଣ୍ଡି ଅଞ୍ଚଳ ସୁନ୍ଦରପୁର ଓ ଆସାରୁଗୁଡ଼ି ଜଙ୍ଗଲ ର ଗତ ୩ଦିନରେ ମଧ୍ୟରେ ପୃଥକ୍ ପୃଥକ୍ ଭାବରେ ଲାଗିଥିବା ୫୮ଏକର ର ବେଆଇନ ଗଞ୍ଜେଇ ଚାଷ କୁ କାଟି ପୋଡ଼ି ନଷ୍ଟ କରାଯାଇଥିବା ଏ ନେଇ ପଦ୍ମପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ଗୁଣପୁର ଏସ ଡିପିଓ ବାବୁଲି ନାୟକ।ଏହି ଚଢାଉ ସମୟରେ ବନ ରାଜସ୍ବ ଅବକାରୀ ଓ ପୋଲିସର ସଶସ୍ତ୍ର ବନ୍ଧୁକ ଧାରୀ ଫୋର୍ସ ମୃତାୟନ୍ ହୋଇଥିଲେ। ପ୍ରଥମ ଦିନରେ ଗୁଡ଼ାରୀ ଖଇରାଗୁଡ଼ା ଜଙ୍ଗଲ ରେ ୮ଏକର,ପରେ ପଦ୍ମପୁର ଆସାରିଗୁଡି ଜଙ୍ଗଲ ର ୧୮ ଏକର ତା ପରେ ସୁନ୍ଦରପୂର୍ ଜଙ୍ଗଲ ରୁ ୩୨ ଏକର ମୋଟ ୫୮ଏକର ବେଆଇନ୍ ଗଞ୍ଜେଇ ଚାଷ କୁ ନଷ୍ଟ କରି ପୋଡ଼ି ଦେଇଛି ପୋଲିସର ମିଳିତ ଟିମ୍।ଆଗାମୀ ଦିନରେ ମଧ୍ୟ ଜିଲ୍ଲାରେ ଗୁଣପୁର, ଗୁଡ଼ାରୀ ପଦ୍ମପୁର, ଚନ୍ଦ୍ରପୁର୍ ଘଞ୍ଚ ଜଙ୍ଗଲ ଗୁଡ଼ିକରେ ଡ୍ରନ ମାଧ୍ୟମ ରେ ସନ୍ଧାନ କରି ବେଆଇନ୍ ଗଞ୍ଜେଇ ଗଛ କୁ ନଷ୍ଟ କରି ପୋଡ଼ି ଦିଆଯିବ ବୋଲି ପୋଲିସ କହିଛି।ଏହି ଛଡାଉ ରାୟଗଡ଼ା ଏସପି ଗୁଣପୁର ଏସଡିପିଓ ପଦ୍ମପୁର ଆଇଆଇସି, କେନ୍ଦୁଗୁଡ଼ା ଫାଣ୍ଡି ଅଧିକାରୀ,ଗୁଡ଼ାରୀ ଅବକାରୀ,ରାଜସ୍ବ ଓ ବନ ବିଭାଗର ମିଳିତ ଭାବରେ ଛଡାଉ କରାଯାଇଥିଲା।