ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ । 

 ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ଅଛନ୍ତି ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନକାର୍ଡ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ଇ- କେୱାଇସ କରିଛନ୍ତି ୨ କୋଟି ୬୬ ଲକ୍ଷ ୮୫ ହଜାର ୯୩୮ ହିତାଧିକାରୀ । ଏବେ ବି ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ- କେୱାଇସ କରିନାହାନ୍ତି ।କିନ୍ତୁ ରାଜ୍ୟ ବାହାରେ ରହୁଥିବା ୯୪ ହଜାର ୬୫ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି । ଗଂଜାମ ଜିଲ୍ଲାରେ ସର୍ବାଧିକ ୫ ଲକ୍ଷ ୪୨ ହଜାର ୮୧ ଜଣ ଇ- କେୱାଇସ କରିନାହାନ୍ତି । କଳାହାଣ୍ଡି , ମୟୁରଭଞ୍ଜ , ନବରଙ୍ଗପୁର ରେ ୪ ଲକ୍ଷରୁ ଅଧିକ କରିନାହାନ୍ତି ଇ- କେୱାଇସ । ଦେବଗଡ଼ ଜିଲ୍ଲାରେ ସବୁଠୁ କମ ୩୨ ହଜାର ୨୦୯ ଜଣ ଇ- କେୱାଇସ କରିନାହାନ୍ତି। 

Leave A Reply

Your email address will not be published.

nine + 20 =