ଭୁବନେଶ୍ୱର(ରାଜ୍ୟକାହାଣୀ) ବିଦେଶ ମାଟିରେ ଆରମ୍ଭ ହେଲା ଓଡ଼ିଆ ଭାଷା ଶିକ୍ଷା। ଏଣିକି ପ୍ରବାସୀ ଓଡ଼ିଆ ଭାରତ ବାହାରେ ଥାଇ ମଧ୍ୟ ଓଡ଼ିଆ ପଢ଼ିବାର ସୁଯୋଗ ପାଇପାରିବେ। ଟୋରଣ୍ଟ୍ ଜିଲ୍ଲା ସ୍କୁଲ୍ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ମିଳିଛି। ପୂର୍ବରୁ ହିନ୍ଦୀ ଭଳି କେତେକ ଭାରତୀୟ ଭାଷା ଶିକ୍ଷା ପାଇଁ ଅନୁମତି ମିଳିଥିବାବେଳେ ପ୍ରଥମଥର ଓଡ଼ିଆ ଭାଷାରେ ଶିକ୍ଷାକୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍ ଓ ସାଣ୍ଟେର ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଛି। ପ୍ରତି ଶନିବାର ୩ଘଣ୍ଟା ଓଡ଼ିଆ ଭାଷାର ପାଠ ପଢ଼ାଯିବ। ପର୍ଯ୍ୟାୟକ୍ରମେ ଏହା ଟରୋଣ୍ଟୋର ଅନ୍ୟ ବୋର୍ଡରେ ପଢ଼ାଯିବ।ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୨୫-୩୦ଜଣ ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବ ଓ ଓଡ଼ିଆ ଭାଷା ପଢ଼଼ିବା ପାଇଁ ଆଗ୍ରହ ବୃଦ୍ଧିପାଇବ।