ଭୁବନେଶ୍ୱର(ରାଜ୍ୟକାହାଣୀ) ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୧ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ତାହା ସ୍ପଷ୍ଟ ହୋଇନି ।ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ତେବେ ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତ୍ତନ ହେବନାହିଁ । କିଛି ସ୍ଥାନରେ ୪୮ ଘଣ୍ଟା ପରେ ୨ ରୁ ୪ ଡିଗ୍ରୀ ଯାଏ ତାପାମାତ୍ର କମିବାର ସମ୍ଭାବନା ରହିଛି ।