୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। 

ଭୁବନେଶ୍ୱର(ରାଜ୍ୟକାହାଣୀ) ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି।ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସାଂସଦଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ୍ ଆସୁଛି। ଏବେ ଯେତିକି ବେଡ୍ ରହିଛି, ପ୍ରତ୍ୟେକ ବେଡରେ ଦୈନିକ ୩ଟି ସିଟିଂରେ ଡାଇଲେସିସ କରାଯାଉଛି। ଏହାକୁ ଦୈନିକ ୪କୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଅର୍ଥାତ ୪ଟି ସିଟିଂରେ ଡାଇଲେସିସ କରାଯିବ। ସେହିପରି ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି।କ୍ୟାପିଟାଲ ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଯଥା ଶୀଘ୍ର ସାରିବାକୁ ମଧ୍ୟ ସଂପୃକ୍ତ ବିଭାଗକୁ କୁହାଯାଇଥିବା ସୂଚନା ରହିଛି। ଏଠ‌ାର ଦୈନିକ ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ କିପରି ରୋଗୀ ସେବା ସଠିକ୍ ଯୋଗାଇ ଦିଆଯାଇ ପାରିବ, ସେନେଇ ବୈଠକରେ ଆଲୋଚନା ହୋଇଛି। 

Leave A Reply

Your email address will not be published.

19 + 7 =